ସାମାନ୍ୟ ବଚସାରୁ ବଡ଼ ଭାଇଙ୍କୁ ହତ୍ୟା : କଳାହାଣ୍ଡିରେ ଚାଞ୍ଚଲ୍ୟ
କଳାହାଣ୍ଡିରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ହତ୍ୟା ଅଭିଯୋଗ । ବଳରାମପୁର ଅଞ୍ଚଳରେ ମଦ୍ୟପାନ ପରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସାନ ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ । ଘଟଣାରେ ୪୫ ବର୍ଷୀୟ କୁଳମଣି ସବରଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ସାନ ଭାଇ ୪୨ ବର୍ଷୀୟ ଧର୍ମିକ ସବରଙ୍କୁ ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଜାରି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।
କଳାହାଣ୍ଡି ଭବାନୀପାଟଣା ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ