ସ୍କୁଲ ଛାତ୍ରୀଙ୍କୁ ନିଶା ଚକୋଲେଟ ଦେଇ ଦୂର୍ବୃତ ଅପହରଣ କରିବା ଯୋଜନା ବିଫଳ: ବହଳଦା
ରାଇରଙ୍ଗପୁର :- ଦୀପକ କୁମାର ବେହେରାଙ୍କ ରିପୋର୍ଟ
ସାବଧାନ ରୁହ ଦୂର୍ବୃତ ମାନଙ୍କ ଅପହରଣ କରିବାର ନୂତନତ୍ବର ଯୋଜନ ଆପଣାଉଛନ୍ତି । ଶିକ୍ଷକ ଓ ଅଭିଭାବକ ମାନଙ୍କର ଗୁରଦାୟିତ୍ବ କୁ ଯେପରି ଅବହେଳା ନ କରାଯାଇ , ବର୍ତ୍ତମାନ ଯୁଗ ପରିବର୍ତ୍ତନ ଶୀଳ ସହିତ ଲୁଟ ଲୁଟେରା ଡକାୟତ ଚୋର ଚିନ୍ତାଇ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଭଳି ଏକ ଅପହରଣ ଉଦ୍ୟମ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଗୋଷ୍ଟୀ ଶିକ୍ଷା ବିଭାଗ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ ର ଗୁରୁପଳସା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ । ସୂଚନା ଅନୁଯାଇ ଘରୁ ସ୍କୁଲକୁ ଆସିବା ବାଟରେ ସ୍କୁଲ ପାଖାପାଖି ତଥା ଅଙ୍ଗନୱାଡି କେନ୍ଦ୍ର ସମୁଖରେ ମୁଖାଧାରୀ ତିନ୍ ଦୂର୍ବୃତ ଏକାକି ପାଇ ପଞ୍ଚମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଜୋରଜବରଦସ୍ତ ନିଶାଶକ୍ତ ଚକୋଲୋଟ ଖୁଆଇଦେଇଥିଲେ । ଛାତ୍ରୀ ଜଣକ ଖାଇବା ପାଇଁ ମନା କରିଦେବାରୁ ଦୁଇ ଦୂର୍ବୃତ ଧଳାରଙ୍ଗର ସ୍କୁଟିରୁ ଓଲାଇ ଛାତ୍ରୀ ଧରି ପାଟି ରେ ଚକୋଲୋଟ ଖୁଆଇ ଦେବାବେଳେ ଅନ୍ଯ ପ୍ରଥମ ଶ୍ରେଣୀର ନା ବାଳକ ଦୌଉଡି ପଳାଇଯିବାକୁ ଛେଷ୍ଟା କରିଥିଲା କିନ୍ତୁ ଦୂର୍ବୃତ ମାନେ ଉକ୍ତ ବାଳକ ଟି ଦୌଡ଼ାଇ ଧରି ଗୋଟି ଚାପୁଡା ମାରିବା ସଳ ଧକ୍କା ଦେଇଥିଲେ। ଧକ୍କା ଫଳରେ ତଳେ ପଡିଯାଇ ପାଟିରୁ ରକ୍ତସ୍ରାବ ହେବା ଅବସ୍ଥାରେ ଜୋରଜବରଦସ୍ତ ପାଟିକୁ ଚିରି ତା ପାଟିରେ ନିଶାଶକ୍ତ ଚକୋଲୋଟ କୁ ଖୁଆଇ ଦେଇଥିଲେ । ଏତିକି ବେଳେ କୌଣସୀ ଗାଡି ଆସିବାର ଶୁଣିବାରୁ ଦୂର୍ବୃତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାଟି ପ୍ରାୟ ୯ଟା ୨୦ରୁ ୩୦ ମଧ୍ଯରେ ଘଟିଥିଲା । କିନ୍ତୁ ତିନି ଜଣ ଛାତ୍ର ଘଟଣାସ୍ଥଳରୁ ସ୍କୁଲ କୁ ଦୌଉଡି ପଳାଇଥିଲେ । ପରେ ସ୍କୁଲ ଚାଲିଥିବା ସମୟରେ ଗୋଟେ ପରେ ଗୋଟେ ତିନିଜଣ ଜାକ ବସିବା ଜାଗୁରୁ ଟଳିପଡିଥିଲେ । ଏହା ଦେଖିବା ପରେ ସ୍କୁଲ ଶିକ୍ଷକ ମାନେ ବହଳଦା ମେଡିକାଲ କୁ ନେଇ ଯାଇଥିଲେ । ପରେ ଗୁରୁତର ହେବାରୁ ରାଇରଙ୍ଗପୁର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇ ଚିକିତ୍ସିତ କରାଯାଉଛି । ବର୍ତ୍ତମାନ ଚିକିତ୍ସିତ ପରେ ସୁରକ୍ଷିତ ଅଛନ୍ତି ବୋଲି ଡାକ୍ତର ମାନେ ସୂଚନା ପ୍ରଦାନ କରିଛନ୍ତି । ଏଘଟଣା ରେ ବିଭାଗିୟ ଅଧିକାରୀ ମାନେ ମେଡିକାଲ ପରିସରେ ଉପସ୍ଥିତ ଥିଲେ । ମେଡିକାଲ ରେ ପିଲାମାନଙ୍କ ପାଖରେ ଅଭିଭାବକ ମାନେ ରହିଛନ୍ତି, ତେବେ ଏଭଳି ଦିନ ଦିପହର ରେ ଦୂର୍ବୃତ ମାନଙ୍କ ର ଅପହରଣ କରିବାର କାର୍ଯ୍ଯ କୁ ସ୍ଥାନୀୟ ବାସିନ୍ଦା ନିନ୍ଦା କହିଛନ୍ତି । ଦୂଖିର ବିଷୟ ଯେ ଏ ଘଟଣାରେ କୌଣସୀ ମାମଲା ରୁଜୁ କରାଯାଇ ନ ଥିବା ଘଟଣା ସାମନାକୁ ଆସିଛି ।