ନୂଆ ରାସ୍ତା ଧସି ୩ ଟ୍ରକ୍ ଓଲଟିଲା, ନିମ୍ନମାନର କାମ ନେଇ ଅଭିଯୋଗ !
କେନ୍ଦ୍ରାପଡ଼ା ଜିଲ୍ଲା NH-53 ଅନ୍ତର୍ଗତ ନିଳାଞ୍ଚଳ ବଜାର ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଘଟିଛି ବଡ଼ ଅଘଟଣ। ନିକଟରେ ନିର୍ମାଣ ହୋଇଥିବା ରାସ୍ତାର ଏକ ଅଂଶ ହଠାତ୍ ଧସିଯିବାରୁ ତିନୋଟି ଟ୍ରକ୍ ଓଲଟିପଡ଼ିଥିବା ଜଣାପଡ଼ିଛି।
ଘଟଣା ସମୟରେ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ରାସ୍ତା ଧସିଯିବା ପରେ ଟ୍ରକ୍ଗୁଡ଼ିକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲେ। ତେବେ ନୂତନ ରାସ୍ତା ନିର୍ମାଣରେ ନିମ୍ନମାନର ସାମଗ୍ରୀ ଓ ନିର୍ମାଣ କାର୍ଯ୍ୟ ଯୋଗୁଁ ଏଭଳି ରାସ୍ତା ଧସିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ନୂଆ ରାସ୍ତା ନିର୍ମାଣର କିଛିଦିନ ମଧ୍ୟରେ ଏଭଳି ଧସିଯିବା ଘଟଣା ରାସ୍ତାର ଗୁଣବତ୍ତା ଓ ନିର୍ମାଣ କାର୍ଯ୍ୟର ମାନକୁ ନେଇ ପ୍ରଶ୍ନ ଉଠାଇଛି। ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ କରାଯାଇ ରାସ୍ତା ନିର୍ମାଣରେ ଅନିୟମିତତା ଥିଲେ ସମ୍ପୃକ୍ତ ଠିକାଦାର ଓ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ରାସ୍ତା ନିର୍ମାଣର ମାନ ଯାଞ୍ଚ କରିବ କିଏ?—ଏବେ ଏହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ।