ରାଷ୍ଟ୍ରପତିଙ୍କ ପୈତୃକ ଜନ୍ମ ମାଟି ଗାଁ ଯୋଗାଯୋଗ ବିଛିନ୍ନ ! ଲଗାଣ ବର୍ଷାରେ କାହ୍ନୁ ସେତୁ ଉପରେ ବହୁଛି ପାଣି,
ରାଇରଙ୍ଗପୁର -: 13/8 ଲଗାଣ ବର୍ଷାରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକ ପଞ୍ଚାୟତ ନଇବଢୀ ଯୋଗୁଁ ଗମନାଗମନ ସମ୍ପୂର୍ଣ୍ଣ ଠଫ୍ । ବିଶେଷ ପ୍ରଭାବିତ ଅଞ୍ଚଳ ଗୁଡ଼ିକ ହେଲା, କୁସୁମୀ ବ୍ଲକ ଅନ୍ତର୍ଗତ ବାଲିଆଢିପା, ଟେଣ୍ଟୋପୋଷି ଓ ମହାମହିମ ଙ୍କ ପୈତୃକ ଜନ୍ମ ମାଟି ଗାଁ ରହିଥିବା ବେଳେ, ହାଟବାଦଡା ଓ ଜାମଦା ବ୍ଲକ ଗମନାଗମନ ବାଧାପ୍ରାପ୍ତ ରହିଛି। ସେହି ପରି କୁସୁମୀ ବ୍ଲକ ଅନ୍ତର୍ଗତ ବାଦାମପାହାଡ କଲୋନୀ ସାହି ର ସମସ୍ତ ଘର ଦ୍ବାର ବେଡ଼ରୁମ, ରୋଷେଇ ଘରକୁ ମଧ୍ଯ ପାହାନ୍ତିଆ ରାତ୍ରରେ ଜଳ ମଗ୍ନ ହେବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସ୍ଥାନୀୟ ଦମକଳ ବିଭାଗ ଦ୍ବାରା ପାଣିକୁ ନିସ୍କାନ କରାଯାଉଥିବା ପ୍ରତିଛବି ଦେଖିବାକୁ ମିଳୁଛି । ଏପରିକି ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ କାହ୍ନୁ ସେତୁ ପୋଲ ଉପରେ ବହୁଛି ପାଣି, ପ୍ରଭାବିତ ହେଉଛି ତିନ ପଞ୍ଚାୟତ । ରାଷ୍ଟ୍ରପତି ଙ୍କ ପୈତୃକ ଗ୍ରାମ ଉପରବେଡା କୁ ଯୋଗାଯୋଗ ବିଛିନ୍ନ ହେବାରୁ ପ୍ରଶାସନ ପକ୍ଷରୁ ପୋଲ ଉପରେ ଚଳାଚଳ ନ କରିବାକୁ ଲୋକଙ୍କୁ ନିବେଦନ ସହ ସୁରକ୍ଷାବାଡ଼ ଦିଆଯାଇଛି |
ଲଗାଣ ବର୍ଷାରେ ରାଇରଙ୍ଗପୁର ବ୍ଲକ ର ହଳଦା ଗ୍ରାମପଞ୍ଚାୟତ ର ଚମ୍ପରେଇ, ସାନବାଇକଳା , ସିଜୁକଳା ଗାଁ ଅଧା ଜଳ ମଗ୍ନ ରହିଛି। ହଳଦା ସରପଞ୍ଚ ପ୍ରଭାବିତ ଲୋକଙ୍କୁ ଦିନରେ ସୁଖିଲା ଖାଦ୍ଯ ରାତ୍ର ରେ ରନ୍ଧା ଖାଦ୍ଯ ଯୋଗାଇ ଦେବାର ବ୍ଯବସ୍ଥା କରାଯାଇଛି ବୋଲି ସରପଞ୍ଚ ପ୍ରଭାସ ହାଁସଦାଃ ଗଣମାଧ୍ୟମ କୁ କହିଛନ୍ତି ।