ପାଣି ଘେରରେ ହଳଦା ଗ୍ରାମପଞ୍ଚାୟତ ର ସାନ ବାଇକଳା, ଚମ୍ପରେଇ ଓ ସିଜୁକଳା ଗାଁ ରହିଛି ● ୩୦ ରୁ ଉର୍ଦ୍ଧ ପରିବାର ହନ୍ତସନ୍ତ ●
ରାଇରଙ୍ଗପୁର – ଲଗାଣ ବର୍ଷା ରାତାରାତି ତାଣ୍ଡବ ରଚିଲା , ସକାଳ ହେଉ ହେଉ ଚାରିଆଡେ ଦେଖିବେ ଜଳ ମଗ୍ନ ପ୍ରତିଛବି । ଲଗାଣ ବର୍ଷାର ପ୍ରକୋପ ରେ ଘର ଭିତରକୁ ପସିଲା ପାଣି , ରାସ୍ତା ଘାଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହିଥିଲା ।ତେବେ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି । ଏହି କ୍ରମରେ ରାଇରଙ୍ଗପୁର ଗୃହ ଏବଂ ରାସ୍ତା ନିର୍ମାଣ ବିଭାଗ ଆନ୍ତରିକତା ଅଭାବ ଯୋଗୁଁ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ହଳଦା ପଞ୍ଚାୟତ ସାନ ବାଇକଳା , ଚମ୍ପରେଇ ଓ ସିଜୁକଳା ଗ୍ରାମରେ ୩୦ ରୁ ଉର୍ଦ୍ଧ ପରିବାର ପାଣି ଘେରରେ ରହିଥିବା ବେଳେ ସାନ ବାଇକଳା ଗ୍ରାମର ଦୁଇ ପରିବାର ର ଘର ଭାଙ୍ଗି ଯାଇଛି । କାରଣ ରାଇରଙ୍ଗପୁର କଲେଜ ଛକ ଠାରୁ ଜାମଦା ବ୍ଲକକୁ ଯୋଗାଯୋଗ କରୁଥିବା ରାସ୍ତା PWD ବିଭାଗ ପକ୍ଷରୁ କରାଯାଇଛି କିନ୍ତୁ ବିଭାଗ ରାସ୍ତା କୋଡରେ ଯେଉଁଠି ଜନ ବସତି ଅଛନ୍ତି ସେଠାରେ ଡ୍ରେନ ନିର୍ମାଣ ନକରି ଅଲଗା ସ୍ଥାନରେ କରୁଛନ୍ତି । ପରିଣାମ ସ୍ୱରୂପ ରାସ୍ତାରେ ଜନ ବସତି ରହିଥିବା ସ୍ଥାନରେ ଜଳ ନିଷ୍କାସନ ହେଉନଥିବାରୁ ପ୍ରତିବର୍ଷ ଏଭଳି ଅସୁବିଧାର ଶିକାର ହେଉଛନ୍ତି ସାନବାଇକଳା ଗ୍ରାମର 09 ପରିବାର ବୋଲି ସରପଞ୍ଚ କହିଛନ୍ତି । ତେବେ ପାଣି ଘେରରେ ରହିଥିବା ଲୋକଙ୍କ ପାଖରେ ତହସିଲଦାର,ପଞ୍ଚାୟତ ପିଓ, ସରପଞ୍ଚ, ଆର ଆଇ ପହଞ୍ଚି ତଦାରଖ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହିତ ରନ୍ଧା ଖାଦ୍ୟର ବ୍ୟବସ୍ଥା ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଛି । ତେବେ ରାଇରଙ୍ଗପୁର ଅଗ୍ନିଶମ ବାହିନୀ ମଧ୍ୟ ସେଠାରେ ପହଞ୍ଚି ଜମି ରହିଥିବା ପାଣି ନିଷ୍କାସନ କରୁଛି |ଯଥାଶୀଘ୍ର ଉକ୍ତ ସ୍ଥାନରେ PWD ପକ୍ଷରୁ ଡ୍ରେନ ନିର୍ମାଣ କରାଯାଉ ବୋଲି ପୀଡିତ ପରିବାର ଦାବୀ କରିଛନ୍ତି ପ୍ରଭାବିତ ଗ୍ରାମବାସୀ ହେଲେ
ସାର ଲୋହାର, ଫୁଲମଣି ମୁଣ୍ଡାରୀ, ଛିତା ମାର୍ଣ୍ଡି, ରବୀନ୍ଦ୍ର ଲୋହାର, ସର୍ବେଶ୍ୱର ମୁଣ୍ଡା, କ୍ରିଷ୍ଣା ମୁଣ୍ଡା, ଶକୁନ୍ତଳା ମୁର୍ମୁ, ଅଜୟ ମୁଣ୍ଡା, ଲକ୍ଷ୍ମୀ ଧର ମାର୍ଣ୍ଡି ପ୍ରମୁଖ ପ୍ରଭାବିତ ହୋଇଛନ୍ତି ।ବିଶେଷ ପ୍ରଭାବିତ ଗ୍ରାମବାସୀଙ୍କୁ ହଳଦା ଗ୍ରାମପଞ୍ଚାୟତ ସରପଞ୍ଚ ଦିନରେ ସୁଖିଲା ଖାଦ୍ଯ ଓ ରାତ୍ର ରେ ରନ୍ଧା ଖାଦ୍ଯ ଯୋଗାଇ ଦିଆଯିବ ବୋଲି କହିଥିଲେ ।।