ମୟୁରଭଞ୍ଜ ସିନିଅର ସିଟିଜେନ ଫରମରେ 80ତମ ସ୍ୱାଧୀନତା ଦିବସ ପାଳନ l
ମୟୂରଭଞ୍ଜ:- ଆଜି ସକାଳ 7 ଟା 30 ମିନଟ ସମୟରେ ସାଧାରଣ ସମ୍ପାଦକ ଡ଼ ଶ୍ୟାମସୁନ୍ଦର ଦାସ ଙ୍କ ସଭାପତିତ୍ୱ ଫିରୋମର ସ୍ଥାୟୀ ସଭାଗୃହ ପରିସରରେରେ ସଦସ୍ୟ ମାନଙ୍କ ଉପସ୍ଥିତରେ ବନ୍ଦେ ମାତରମ ସମୂହ ଗାନ ପରେ ମୁଖ୍ୟ ଅତିଥି ଏକ ନ. ୱାର୍ଡ ର କାଉନସିଲର ସୁକେଶିନୀ ସେଠୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା l ମୁଖ୍ୟ ବକ୍ତା ବିଶିଷ୍ଟ ସମାଜସେବୀ ଅମର କୁମାର ସେଠି ଉଦବୋଧନ ଦେଇ ଫରମର ସକ୍ରିୟ ଗଠନମୂଳକ କାର୍ଯ୍ୟ ଗୁଡିକର ଭୁୟସୀ ପ୍ରଶଂସା କରି ଥିଲେ l ପତାକା ଉତ୍ତୋଳନ ପରେ ଏକ ବିଶେଷ ସଭାରେ ମୟୁରଭଞ୍ଜ ର ବରପୁତ୍ର ମାନଙ୍କୁ ସ୍ମରଣ କରା ହୋଇ ଥିଲା l କାଉନସିଲର ଛଉପଡିଆ ସଂମୁଖ ଠାରୁ ଜିଲ୍ଲା ପ୍ଳାନିଙ୍ଗ ଅଫିସ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନଷ୍ଟ ହେବା ହେତୁ ପାଣି ଜମି ପରିବେଶ ଖରାପ ହୋଇଥିବା ହୃଦୟଙ୍ଗମ କରି ପୌର ପରିଷଦ କୁ ଅବଗତ କରାଇବାର ପ୍ରତିଶୃତି ଦେଇଥିଲେ l ଡ଼ ସୁଶାନ୍ତ ପାତ୍ର, ସରୋଜ ମିଶ୍ର,କୈବଲ୍ୟ ମହାପାତ୍ର, ବାସନ୍ତୀ ମହାପାତ୍ର,ଡାକ୍ତର ରାଜକୁମାର ମିଶ୍ର, ଦେବାଶିଷ ଦାସ, ସ୍ୱରୂପ କୁ ମିଶ୍ର, ବରେନ୍ଦ୍ର ମହାନ୍ତି, ମୁରଲୀ ଧର ବେହେରା, କୋମଳ ଲୋଚନ ମହାକୁଡ଼, ସୁଧାମୟୀ ଦାସ, ପ୍ରଦୀପ ଦାସ, ସବିତl ମିଶ୍ର. ସନ୍ତୋଷ କୁମାର ପଟ୍ଟନାୟକ, ଉର୍ମିଳା କମିଳା, ରତ୍ନପ୍ରଭା ବେହେରା,ଅନନ୍ତ କୃଷ୍ଣ ବେହେରା, ନରେନ୍ଦ୍ର ମୋହନ ସେନାପତି, ମଞ୍ଜଳି ଦେ, ଜ୍ୟୋତ୍ସ୍ନା ମଣି ଜେନା,ରବୀନ୍ଦ୍ର ନାଥ ମହାପାତ୍ର, ହାରଚନ୍ଦ ଗିରି, ଡ଼ ଷଷଧର ବିଶ୍ୱାଳ, ସ୍ୱରୂପ ବଶା ଓ ତlରlମଣୀ ଦାସ ପ୍ରମୁଖ ଉତ୍ସାହର ସହିତ ସ୍ୱାଧୀନତା ଦିବସ ପାଳନ ସଭାରେ ସକ୍ରିୟ ଅଂଶ ଗ୍ରହଣ କରି ଥିଲେ l ପରିଶେଷରେ କୁମାର ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରି ଥିଲେ l